କାଉଲ୍ ହୁଏତ ଲମ୍ପଟ ହୋଇପାରେ; ଜୁଆଡି଼, ମଦ୍ୟପ ହୋଇପାରେ। କିନ୍ତୁ ସେ ଯେଉଁ ଉଚ୍ଚତମ ମାନବିକତାର ପରିଚୟ ଦେଇଥିଲା, ତାହା ଆଜିର ଏଇ କଥା କଥିତ ଭଲ ମଣିଷ ମାନଙ୍କ ମଧ୍ୟରେ ଦେଖାଯାଏ ନାହିଁ। ତା ନିଜ ଜୀବନ ଅମାବାସ୍ୟାର ଅନ୍ଧକାର ଠାରୁ ଆହୁରି ଅନ୍ଧକାର ଥିଲା। ଅଥଚ ସେ ଅନ୍ୟମାନଙ୍କ ଜୀବନ ଅନ୍ଧକାରକୁ ଚନ୍ଦ୍ର ଭଳି ଆଲୋକିତ କରିଥିଲା।
ପାପ ପୁଣ୍ୟର ସଜ୍ଞା ଖୋଜୁ ଖୋଜୁ, କାଉଲ୍ ମନୀଷାର ପବିତ୍ର ପ୍ରେମକୁ ହଜାଇ ଦେଇଥିଲା। ମନୀଷା କାଉଲ୍ ପାଦ ତଳେ ସର୍ବସ୍ବ ସମ୍ପର୍ପଣ କରିଦେଇ ଥାଆନ୍ତା, କାଉଲ୍ କିତ୍ନ୍ତ ନିଜ ମନକଥା ସାବ୍ୟସ୍ତ କଲା ନାହିଁ ମନୀଷା ଆଗରେ। ସମାଜର ପାପ ପୁଣ୍ୟ ଭାର ତଳେ କବର ନେଲା କାଉଲ୍ ଓ ମନୀଷାର ପ୍ରେମ।